ପୁରା ଖବର ବିଷୟରେ




Jun 15 2020 9:05PM
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଗ୍ରାମ ପଞ୍ଚାୟତ ର ରଙ୍କାସିଂହା ଗ୍ରାମ ରେ ଦଶଟି ଘର ଜଳି ପୋଡି ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି | ଏହି ଦୁଃଖଦ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ମୁଖ୍ୟ ମେଘନାଦ ମହାରଣା ଙ୍କ ତତ୍ୱାବଧାନ ରେ ଅଗ୍ନି ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି | ଉକ୍ତ ସେବା କାର୍ଯ୍ୟକ୍ରମ ରେ ଅନୁଗୋଳ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ସଦସ୍ୟ ବିଶ୍ୱରଞ୍ଜନ ବାରିକ,ଶୁଭେନ୍ଦୁ ମହାପାତ୍ର,ଦୀପକ ନାୟକ,ଅଙ୍ଗରାଜ ବିଶ୍ୱାଳ,ଅନୁଗୋଳ ଜିଲ୍ଲା ଗାୟତ୍ରୀ ପରିବାର ର ବରିଷ୍ଠ ଆଚାର୍ଯ୍ୟ ଯଦୁମଣି ପ୍ରଧାନ,ଶାନ୍ତିଲତା ପ୍ରଧାନ,ସ୍ଥାନୀୟ ଗ୍ରାମ ର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ବିପନ୍ନ ଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଭୋଜନ ସାମଗ୍ରୀ ଯଥା ଚାଉଳ,ଚୁଡା,ଡାଲି,ତେଲ,ବିସ୍କୁଟ ଏବଂ ଗାମୁଛା ଆଦି ବଣ୍ଟନ କରିଥିଲେ | ଏଥି ସହିତ ରାଷ୍ଟ୍ରପତି ଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ସମାଜସେବୀ ସୁଶାନ୍ତ କୁମାର ତ୍ରିପାଠୀ ଉକ୍ତ ସେବା କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମାଜସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ମହାମାରୀ କରୋନା ରୁ ରକ୍ଷା ପାଇବା ନିମନ୍ତେ ମୁହଁରେ ମାସ୍କ ଲଗାଇବା,ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା,ହାତକୁ ସାବୁନ ରେ ଧୋଇବା,ସରକାର ଙ୍କ ନିତି ନିୟମ କୁ ମାନି ଚଳିଲେ କରୋନା ସଂକ୍ରମଣ ରୁ ରକ୍ଷା ପାଇ ପାରିବା ବୋଲି ଉପଦେଶ ଦେଇଥିଲେ | ବିପଦ ସମୟରେ ଅଗ୍ନି ବିପନ୍ନ ଙ୍କ ପରିବାର ପ୍ରତି ସହାୟତା ର ହାତ ବଢ଼ାଇ ଥିବାରୁ ସ୍ଥାନୀୟ ଜନସାଧାରଣ ସମାଜସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations