ପୁରା ଖବର ବିଷୟରେ


Jun 3 2020 11:24AM
ଘଟଣା ରୁ ପ୍ରକାଶ କି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପାଳଲହଡା ବ୍ଲକ ଅନ୍ତର୍ଗତ ଶିମିଳିପାଳ ଗ୍ରାମର ମିତା ବଣି ଚୁଳ ନାମକ ଜଣେ ମହିଳା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି | ଏହି ଦୁଃଖଦ ଖବର ପାଇ ପାଲଲହଡା ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ତଥା ସମାଜସେବୀ ମୁକେଶ କୁମାର ପାଳ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଚିକିତ୍ସିତ ହେଉଥିବା ମହିଳା ରୋଗୀ ଏବଂ ତାଙ୍କ ସହଯୋଗୀ'ଙ୍କୁ ସାହାଯ୍ୟର ହାତ ବଢାଇବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି | ମହାମାରୀ କରୋନା ନିମନ୍ତେ ସାରା ରାଜ୍ୟରେ ଲକଡାଉନ ଚାଲିଥିବା ସମୟରେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ସୁଖଦୁଃଖ ରେ ନିସ୍ଵାର୍ଥପର ଭାବରେ ପାଖରେ ଛିଡା ହେଉଥିବାରୁ ଜନମାନସ ରେ ପ୍ରଶଂସା ର ପାତ୍ର ହୋଇଛନ୍ତି ବିଧାୟକ ମୁକେଶ କୁମାର ପାଳ | ଏହା ସହିତ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ବିଷୟରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ବିଧାୟକ ମୁକେଶ କୁମାର ପାଳ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations