ପୁରା ଖବର ବିଷୟରେ


Jun 5 2020 12:08PM
ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅନ୍ତର୍ଗତ ଶୁଶୁଡା ଗ୍ରାମ ପଞ୍ଚାୟତ ର ଗୋପୀନାଥପୁର ସ୍ଥିତ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ପରିସରରେ ହେଲ୍ପିଙ୍ଗ ହ୍ୟାଣ୍ଡ ର ସମାଜସେବୀ ଉପେନ୍ଦ୍ର ବେହେରା ଙ୍କ ମୁଖ୍ୟ ସହାୟତା ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି | ଉକ୍ତ ସେବା କାର୍ଯ୍ୟକ୍ରମ ରେ ଅନୁଗୋଳ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ସଦସ୍ୟ ମେଘନାଦ ମହାରଣା,ବିଶ୍ୱରଞ୍ଜନ ବାରିକ,ଦୀପକ ନାୟକ ପ୍ରମୁଖ ଯୋଗଦାନ କରି ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ପରିସରରେ ଥିବା ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା ଚାଉଳ,ଡାଲି,ତେଲ,ଲୁଣ,ପନିପରିବା,ମିଷ୍ଟାନ ଏବଂ ଫଳ ଆଦି ବଣ୍ଟନ କରାଯାଇଥିଲା | ମହାମାରୀ କରୋନା ନିମନ୍ତେ ସାରା ରାଜ୍ୟରେ ଲକଡାଉନ ଚାଲିଥିବା ସମୟରେ ଅନୁଷ୍ଠାନ ପାଇଁ ଏହିଭଳି ଏକ ସେବା କାର୍ଯ୍ୟ କରିଥିବାରୁ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଅନୁଷ୍ଠାନ ର ମୁଖ୍ୟ ପ୍ରଶାନ୍ତ ବେହେରା ସମାଜସେବୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations