ପୁରା ଖବର ବିଷୟରେ




Mar 15 2020 12:00AM
ରାଜ୍ୟ ସରକାର କରୋନାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବା ସହିତ ଏହାର ମୁକାବିଲା କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି | ଦେବଗଡ଼ ମେଡିକାଲରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି ଏବଂ ଏହାସହିତ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ମଧ୍ୟ ଖୋଲାଯାଇଛି | ଅନ୍ୟପଟେ ଉକ୍ତ ୱାର୍ଡରେ ମହିଳା ଓ ପୁରୁଷମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ୪ଟି ବେଡ଼ର ବ୍ୟବସ୍ଥା ରଖାଯାଇଛି | ଏଥିପାଇଁ ଜିଲ୍ଲାପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସିଡିଏମଓ ଡା. ମନୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି | ଜିଲ୍ଲାପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଜନସାଧାରଣଙ୍କୁ କରୋନାର ସଚେତନତା ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations