ପୁରା ଖବର ବିଷୟରେ




Mar 15 2020 12:58AM
ବେଗୁନିଆପଡ଼ା ବ୍ଳକ ପରିସରରେ ଶନିବାର ଦିନ କରୋନା ଭୁତାଣୁ ପ୍ରତି ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବି ଡି ଓ ବେଦ ବର ପ୍ରଧାନ,ଅଧ୍ୟକ୍ଷl ପ୍ରତିନିଧି ବିଜୟ କୁମାର ଦୋରା,ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା,ଏ ପି ଓ ଅଜୟ କୁମାର ଜେନା,ହେଲଥ ୱାର୍କର କବି ଦାସ ଯୋଗଦାନ କରି କରୋନା ଭୁତାଣୁ ପ୍ରତି ସତର୍କ ରହିବାକୁ ବୈଠକ ରେ ପରାମର୍ଶ ଦେଇଥିଲେ l ଏଥି ପାଇଁ ସଭା ସମିତି ଠାରୁ ଦୁରେଇ ରହିବା, ପରିବେଶକୁ ପରିସ୍କାର ରଖିବା,କାଶ, ଛିଙ୍କ ପ୍ରତି ସଚେତନ ରହିବା,କର ମର୍ଦ୍ଦନ ଓ ଆଲିଙ୍ଗନ ନ କରିବା,ସଠିକ ଭାବରେ ହାତ ଧୋଇବା ଆଦି ବିଷୟରେ ଆଲୋଚନା କରିଥିଲେ l ଉକ୍ତ ସଚେତନତା ବୈଠକ ରେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations