ପୁରା ଖବର ବିଷୟରେ




Mar 21 2020 10:29PM
ମାରାତ୍ମକ ଭୂତାଣୁ କରୋନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ର ଅପରାଜିତା ଓମେନ୍ସ କ୍ଲବ ପକ୍ଷରୁ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ସ୍ଥିତ ଶିବ ମନ୍ଦିର ଠାରୁ ଏକ ପଦଯାତ୍ରା ରେ ବାହାରି ସମଗ୍ର ଗ୍ରାମ ପଞ୍ଚାୟତ ରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି | ଘରୋଇ ସ୍ତରରେ କରୋନା ଭୂତାଣୁ ଠାରୁ ଜନସାଧାରଣ ଦୁରେଇ ରହିବା ପାଇଁ କ୍ଲବ ର ମହିଳା ମାନେ ଘରକୁ ଘର ବୁଲି ପ୍ରଚାରପତ୍ର ବଣ୍ଟନ କରିଛନ୍ତି | ବିଶେଷ କରି ସାବୁନରେ ହାତ ଧୋଇବା,ମାସ୍କ ଲଗାଇବା,ଖବର କାଗଜ ପଢିବା ସମୟରେ ହାତ ମୁହଁରେ ମାରନ୍ତୁ ନାହିଁ,ଖବର କାଗଜ ପଢିବା ପରେ ହାତ ସାବୁନ ରେ ଭଲକରି ଧୁଅନ୍ତୁ,ଅତି ଅର୍ଜେଣ୍ଟ କାମ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ଏବଂ ଘରେ ହେଉ କି ପଡ଼ିଶା ରେ ଯଦି କୌଣସି ଲୋକଙ୍କୁ ଥଣ୍ଡା,କାଶ,ସର୍ଦି ଓ ଜ୍ୱର ଲାଗିକି ରହୁଛି ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲକୁ ଯିବା ପାଇଁ ପରାମର୍ଶ ଦିଅନ୍ତୁ ନଚେତ ହେଲ୍ପଲାଇନ ନମ୍ବରକୁ ଫୋନ କରି ଜଣାଇବା ପାଇଁ ନିବେଦନ କରିଥିଲେ | ଏହି କରୋନା ଭାଇରସ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ରେ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମଧୁଛନ୍ଦା ସାହୁ,କ୍ଲବ ର ସଭାପତି ପଦ୍ମାକ୍ଷୀ ସିଂହ,ଉପସଭାପତି ଶୁଭଦର୍ଶନୀ ପଟ୍ଟନାୟକ,ସମ୍ପାଦିକା ସୁଚିସ୍ମିତା ସିଂହ,ଯୁଗ୍ମ ସମ୍ପାଦିକା ମିନତୀ ସିଂହ ଏବଂ କ୍ଲବ ର ସମସ୍ତ ସଦସ୍ୟା ଙ୍କ ସମେତ ଗ୍ରାମର ମହିଳା ମାନେ ଯୋଗଦାନ କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations