ପୁରା ଖବର ବିଷୟରେ




Mar 28 2020 7:41PM
ପାରାଦ୍ବୀପ ଗଡ ନିକଟ ନୂଆଗଡ ଗ୍ରାମରୁ ଏକ ହରିଣକୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରିଛନ୍ତି | ଉଦ୍ଧାର ହୋଇଥିବା ହରିଣ ଟି ଗ୍ରାମ ନିକଟରେ ଥିବା ବିଲରେ ଦୌଡୁଥିବା ଦେଖି ଗ୍ରାମର ଯୁବକ ମାନେ ପୋଲିସକୁ ଖବର କରିବା ସହିତ ହରିଣ କୁ ଧରିବା ଲାଗି ଚେଷ୍ଟା କରୁଥିବା ସମୟରେ ହରିଣଟି ଏକ ପୋଖରୀରେ ପସିଯାଇଥିଲା | ସେଠାରୁ ହରିଣ ଟିକୁ ଉଦ୍ଧାର କରି ପାରାଦ୍ବୀପ ଲକ୍ ପୋଲିସ୍ ର ଜିମା ଦେଇଥିଲେ | ହରିଣଟି କେନ୍ଦ୍ରାପଡ଼ା ଜିଲ୍ଲା ର ଜମ୍ବୁ ଜଙ୍ଗଲରୁ ନଦୀ ପାର ହୋଇ ଏହି ଗ୍ରାମକୁ ପଶି ଆସିଥିବା ଅନୁମାନ କରାଯାଉଛି | ପରେ କୁଜଙ୍ଗ ବନବିଭାଗ କର୍ମଚାରୀମାନେ ଆସି ଏହି ହରିଣକୁ ନେଇ ଯାଇଛନ୍ତି ବୋଲି ସୂଚନା ମିଳୁଛି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations