ପୁରା ଖବର ବିଷୟରେ




Mar 30 2020 6:28AM
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରିଆମାଳ ପଟାଭାଡି ସାହି ତଳବନ୍ଧର ଛୋଟଏକ ବାଉଶଁ ମାରିରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ମିଳିଥିବା ସୂଚନା ଅନୁସାରେ ପଟାଭାଡି ସାହିର ବନ୍ଧୁ ନାୟକଙ୍କ ପୁଅ ବିଜୟ ନାୟକ(୪୨)ଦୁଇ ଦିନହେବ ଘରେ କିଛି ନକହି କେଉଁଆଡେ ଚାଲିଯାଇଥିଲେ | ରବିବାର ଦିନ ଅପରାହ୍ନ ପ୍ରାୟ ତିନିଟା ସମୟରେ ବନ୍ଧସାହିର କିଛି ଲୋକ ଦୁର୍ଗନ୍ଧ ହେଉଥିବା ଜାଣି ବାଉଁଶ ମାରି ପାଖକୁ ଯାଇଥିଲେ ଏବଂ ସେଠାରେ ବିଜୁଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ | ଘଟଣା ସ୍ଥଳରେ ରିଆମାଳ ପୋଲିସ୍ ପହଞ୍ଚି ଦେଖିଲା ବେଳକୁ ବିଜୁଙ୍କ ଗୋଡ ତଳେ ଲାଗିଥିବା ବେଳେ ଅଣ୍ଟା ଏବଂ ମୁହଁରେ ଖ୍ୟତ ଚିହ୍ନ ମଧ୍ୟ ରହିଛି | ଏହା ଏକ ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଶବକୁ ଜବତ କରିବା ସହିତ ଘଟଣାର ତନାଘନା ଆରମ୍ଭ କରିଥିବା ସୂଚନା ମିଳୁଛି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations