ପୁରା ଖବର ବିଷୟରେ




Mar 30 2020 11:01AM
କରୋନା ଭାଇରସ୍ କୁ ନେଇ ଘୋଷଣା କରାଯାଇଛି ଲକ୍ ଡାଉନ | ଚାରିଆଡେ ଶୁନଶାନ ଯାହା ଫଳରେ ଶିଳ୍ପାଞ୍ଚଳ ପାରାଦ୍ବୀପ ର ବିଭିନ୍ନ ସ୍ଥାନରେ ରହୁଥିବା ମାନସିକ ବିକୃତ ଲୋକ,ପଶୁ ପକ୍ଷୀ ଓ ଗରିବ ଶ୍ରେଣୀର ଲୋକ ଏବେ ଭୋକରେ | ତେବେ ଏମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି ପାରାଦ୍ବୀପ ର କିଛି ସ୍ବେଛାସେବୀ ସଂଗଠନ | ବିଭିନ୍ନ ସ୍ଥାନରେ ରହୁଥିବା ଏହି ମାନସିକ ବିକୃତ,ଦିନ ମଜୁରିଆ ଓ ପଶୁ ପକ୍ଷୀ ମାନଙ୍କୁ ସଂଗଠନ ତରଫରୁ ଯୋଗାଇ ଦେଉଛନ୍ତି ରନ୍ଧା ଖାଦ୍ୟ | ରବିବାର ଠାରୁ ପାରାଦ୍ବୀପ ଆଦର୍ଶ ପ୍ରୟାସ ସଂଗଠନ ତରଫରୁ ସକାଳ ସମୟରେ ପୁରି,ତରକାରୀ, ମଧ୍ୟାହ୍ନ ରେ ଭାତ,ଡାଲମା ଓ ରାତିରେ ରୁଟି,ସନ୍ତୁଳା ଆଦି ଯୋଗାଇ ଦିଆଯାଉଛି | ଲକ୍ ଡାଉନ ସମୟରେ କେହି ଭୋକରେ ରହିବେ ନାହିଁ ଏବଂ ସଫଳତାର ସହିତ ଲକ୍ ଡାଉନ ପାଳନ କରି କରୋନା ଭଳି ଏକ ମାରାତ୍ମକ ରୋଗରୁ ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କୁ ବଞ୍ଚାଇ ପାରିବା ବୋଲି ସ୍ବେଛାସେବୀ ସଂଗଠନ ର କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations