ପୁରା ଖବର ବିଷୟରେ




Apr 20 2020 7:06PM
ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ କୋରନା ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ରକ୍ତ ଅଭାବ କୁ ଦୁର କରିବା ନିମନ୍ତେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ, ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଓ ସାନ୍ତରାପୁର ଗ୍ରାମ ପଞ୍ଚାୟତ ର ମିଳିତ ଆନୁକୂଲ୍ୟରେ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଝଟକିପଶି ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ରକ୍ତଦାନ ଶିବିର ରେ ୧୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ସାମାଜିକ ଦୂରତ୍ୱ ମଧ୍ୟ ପାଳନ କରାଯାଇଥିଲା | ଏହା ସହିତ ସମସ୍ତ ରକ୍ତଦାତା ମାନଙ୍କୁ ମହିଳା SHG ଙ୍କ ଦ୍ୱାରା ତିଆରି କରିଥିବା କପଡା ମାସ୍କ ବଣ୍ଟନ କରାଯାଇଥିଲା |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations