ପୁରା ଖବର ବିଷୟରେ




May 2 2020 9:52PM
ଅନୁଗୋଳ ଜିଲ୍ଲାର ନାଲକୋ ନିର୍ମାଣ ମଜଦୂର ସଭା କାର୍ଯ୍ୟାଳୟ ଠାରେ ବିଶ୍ୱ ଶ୍ରମିକ ଦିବସ କୁ ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ରେ ପାଳିତ କରାଯାଇଛି | ଶ୍ରମିକ ଦିବସରେ ଶ୍ରମିକ ଦିବସର ତାତ୍ପର୍ଯ୍ୟ,କାରଖାନା ର ବିକାଶ ସମ୍ବଦ୍ଧରେ ଆଲୋଚନା କରିବା ସହିତ ମହାମାରୀ କରୋନା ସଂକ୍ରମଣ ଠାରୁ ଦୂରେଇବା ପାଇଁ ବିଶେଷ କରି ସାବୁନରେ ହାତ ଧୋଇବା,ମାସ୍କ ଲଗାଇବା,ପରସ୍ପର ମଧ୍ୟରେ ଦୂରତ୍ବ ରଖିବା ଏବଂ ସରକାର ଙ୍କ ନିୟମ କୁ ପାଳନ କଲେ କରୋନା ସଂକ୍ରମଣ ରୁ ରକ୍ଷା ପାଇ ପାରିବା ବୋଲି ସଂଗଠନ ର ଉପ ସଭାପତି ପ୍ରଶ୍ନ ମହାନ୍ତି ପରାମର୍ଶ ଦେଇଥିଲେ | ବିଶ୍ୱ ଶ୍ରମିକ ଦିବସରେ ସଂଗଠନ ର କାର୍ଯ୍ୟକାରୀ ସଭାପତି ଭୀମସେନ ସାହୁ,ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ଗଡନାୟକ,ବରିଷ୍ଠ ସଦସ୍ୟ ସୁଶାନ୍ତ କଅଁର ଙ୍କ ସମେତ ସ୍ମୃତି ରଞ୍ଜନ ସାହୁ,ଲଷ୍ମୀକାନ୍ତ ପରିଡା,ତପନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations