ପୁରା ଖବର ବିଷୟରେ




May 15 2020 11:30PM
ନିଆରା ଅଭିଯାନ,ଲୋକମାନଙ୍କୁ ସଚେତନ କରିବାକୁ ବାରମ୍ବାର ବିଭିନ୍ନ ଢଙ୍ଗରେ କରାଯାଉଛି ଉଦ୍ୟମ | ଏମିତି ଏକ ନିଆରା ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ପାରାଦ୍ୱୀପଗଡ଼ ପଞ୍ଚାୟତରେ | ପାରାଦ୍ୱୀପ ଗଡ ଠାରେ ଥିବା ଶ୍ରାବଣୀ କଳା ନିକେତନ ଏବଂ ଜ୍ଞାନଦୀପ ପାଠାଗାର ତରଫରୁ ପାରାଦ୍ୱୀପଗଡ଼ ପଞ୍ଚାୟତ ର ନଅ ଗୋଟି ଗ୍ରାମରେ ଘରକୁ ଘର ବୁଲି ମହାମାରୀ କରୋନା ରୁ ରକ୍ଷା ପାଇବା ନିମନ୍ତେ ସଚେତନ କରାଯାଇଛି | ଶ୍ରାବଣୀ କଳା ନିକେତନ ର କିଛି କୁନି କୁନି କଳାକାର କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିବା ସମାଜର ବିଭିନ୍ନ ବର୍ଗର ସଂଗ୍ରାମୀ ମାନଙ୍କର ବେଶ ଧାରଣ କରି ଲୋକମାନଙ୍କୁ ସଚେତନ କରିଥିଲେ ଏବଂ ଏଥି ସହିତ କରୋନା ଯୋଦ୍ଧା ମାନଙ୍କୁ ନିଜ ତରଫରୁ ମଧ୍ୟ ସମ୍ମାନ ଜଣାଇଥିଲେ | ଉକ୍ତ ସଚେତନତା ରେ ପାରାଦ୍ୱୀପଗଡ଼ ସରପଞ୍ଚ ମିହିର ରଞ୍ଜନ ସାହୁ, ସମାଜସେବୀ ଶ୍ରୀବଲ୍ଲଭ କର'ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗଦେଇ ମହାମାରୀ କରୋନା ରୁ ରକ୍ଷା ପାଇବା ନିମନ୍ତେ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା,ମୁହଁରେ ମାସ୍କ ଲଗାଇବା,ହାତକୁ ସାବୁନ ରେ ନିୟମିତ ବ୍ୟବଧାନରେ ଧୋଇବା,ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବା ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ନିୟମ କୁ ମାନି ଚଳିବା ପାଇଁ ଲୋକମାନଙ୍କୁ ସଚେତନ କରିବା ସହିତ ପିଲା ମାନଙ୍କର ଉଦ୍ୟମ କୁ ପ୍ରଶଂସା କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations