ପୁରା ଖବର ବିଷୟରେ




May 22 2020 11:11PM
ସାରା ରାଜ୍ୟ ତଥା ଦେଶରେ ମହାମାରୀ କରୋନା ନିମନ୍ତେ ଲକଡାଉନ ଜାରି ରହିଛି | ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ଶ୍ରମ ଆଇନ ର 44ଟି ଧାରା କୁ ସଂଶୋଧନ କରିବା ସହିତ ମୁଖ୍ୟତଃ ଶ୍ରମିକଙ୍କୁ ଆଠ ଘଣ୍ଟା ଜାଗାରେ ବାରଘଣ୍ଟା କାର୍ଯ୍ୟ କରିବା ପାଇଁ ଆଇନ ଆଣିଛନ୍ତି | ଶ୍ରମିକ ମାନଙ୍କ ର ବିଭିନ୍ନ ଦାବି ଯଥା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମିକ ମାରଣ ନୀତି,ପୁଞ୍ଜିପତି ଶୋଷଣ ନୀତି ବନ୍ଦ କୁ ନେଇ H.M.S ସହବନ୍ଧିତ ନେପୁ ସଂଗଠନ ଏବଂ ନାଲକୋ ନିର୍ମାଣ ମଜଦୂର ସଭା ସଂଗଠନ ର ମିଳିତ ଆନୁକୂଲ୍ୟରେ ଏକ ପ୍ରତିବାଦ ସଭା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଫାଟକ ସମ୍ମୁଖରେ ପାଳିତ ହୋଇଯାଇଛି | ଏହି ପ୍ରତିବାଦ ସଭା ରେ ନେପୁ ସଂଗଠନ ର ଉପଦେଷ୍ଟା ବିନୋଦ ସେଠ,ସାଧାରଣ ସମ୍ପାଦକ ବୈରାଗୀ ସେଠ,ସହ ସାଧାରଣ ସମ୍ପାଦକ ସତ୍ୟଜିତ ବିଶ୍ୱାଳ,କାର୍ଯ୍ୟକାରୀ ସଭାପତି ମାଙ୍ଗିଲାଲ ସାମଲ,ଅଜୟ ଦାସ,ଶରତ ବେହେରା,ନାଲକୋ ନିର୍ମାଣ ମଜଦୂର ସଭାର ଉପ ସଭାପତି ପ୍ରଶ୍ନ ମହାନ୍ତି,କାର୍ଯ୍ୟକାରୀ ସଭାପତି ଭୀମସେନ ସାହୁଙ୍କ ସମେତ ବୁବୁ ସାହୁ,ସ୍ବରୁପ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations