ପୁରା ଖବର ବିଷୟରେ




Jul 19 2020 6:32AM
ଅନୁଗୋଳ ମାଟିର ଗର୍ବ ଏବଂ ଗୌରବ ସ୍ବର୍ଗତ ଅଦ୍ୱେତ ପ୍ରସାଦ ସିଂହ ଙ୍କ ଦ୍ୱାଦଶ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର ସହିତ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଗ୍ରାମ ପଞ୍ଚାୟତ ସ୍ଥିତ ଫୁଲପଡା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ଯୁବନେତା ଅରୁଣାଭ ସିଂହ,ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ,ବିଜେଡି ବ୍ଲକ ସଭାପତି ବିଜୟ ନାଥ'ଙ୍କ ସମେତ ବରିଷ୍ଠ ସଦସ୍ୟ ବୃନ୍ଦ ଯୋଗଦାନ କରି ସ୍ବର୍ଗତ ଅଦ୍ୱେତ ପ୍ରସାଦ ସିଂହ ଙ୍କ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦ୍ୱୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିର କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ | ରକ୍ତଦାନ ଶିବିର ରେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ସମାଜସେବୀ ସୁଶାନ୍ତ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ | ରକ୍ତଦାନ ଶିବିର ରେ ସମୁଦାୟ 105 ୟୁନିଟ ରକ୍ତ ସଂଗ୍ରହ ହୋଇ ପାରିଥିଲା | ଏଥି ସହିତ ବଳରାମପ୍ରସାଦ ଗ୍ରାମ ସ୍ଥିତ ନକୁଳ ଚନ୍ଦ୍ର ଦୃଷ୍ଟିହୀନ ମୁକ ବଧିର ଆଶ୍ରମ,ଆଦୃତ ବାଳାଶ୍ରମ, ଜନ୍ ସନ୍ ନଗର ଠାରେ ଥିବା କୁଷ୍ଠ ଆଶ୍ରମ ପରିସରରେ ଥିବା ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଏବଂ ରନ୍ଧା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା | ସ୍ବର୍ଗତ ଅଦ୍ୱେତ ପ୍ରସାଦ ସିଂହ ଜଣେ ମେଳାପୀ,ମିଷ୍ଟଭାଷୀ,ପରୋପକାରୀ,ପୂର୍ବତନ ବିଧାୟକ,ପୂର୍ବତନ ମନ୍ତ୍ରୀ, ରାଜ୍ୟ ଯୋଜନା ବୋର୍ଡର ଅଧକ୍ଷ ତଥା ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠାତା ଥିଲେ ଏବଂ ଅନୁଗୋଳ ଜିଲ୍ଲାର ଉର୍ନ୍ନତି ନିମନ୍ତେ ସଦା ସର୍ବଦା ଚେଷ୍ଟା କରୁଥିଲେ ବୋଲି କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ଙ୍କ ମୁଖରୁ ଶୁଣିବାକୁ ମିଳିଥିଲା | ସିଂହ ଙ୍କ ଦ୍ୱାଦଶ ତମ ଶ୍ରାଦ୍ଧ ବାର୍ଷିକୀ ରେ ଫୁଲପଡା ସରପଞ୍ଚ ବିରେନ ଦାସ,ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ସାହୁ ଙ୍କ ସମେତ ପ୍ରିୟଦର୍ଶୀ ପଟ୍ଟନାୟକ,ସରୋଜ ସାହୁ,ବାଉରୀ ବନ୍ଧୁ ସାହୁ,ବିଶ୍ୱରଞ୍ଜନ ସାହୁ,ନିର୍ମଳ ସାହୁ,ରାଜୀବ ଲୋଚନ ଦାସ,ସୋମ୍ୟରଞ୍ଜନ ସ୍ୱାଇଁ,ତପନ ତ୍ରିପାଠୀ,ନାରାୟଣ ତ୍ରିପାଠୀ,ବିଜୁ ଯୁବ ବାହିନୀ ର କର୍ମକର୍ତ୍ତା ଏବଂ ବିଜୁ ଜନତା ଦଳର ସଦସ୍ୟ ବୃନ୍ଦ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations