ପୁରା ଖବର ବିଷୟରେ




Feb 27 2020 9:05AM
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ସତ୍ୟାନନ୍ଦ ରାଉତ ଙ୍କ ସଭାପତିତ୍ବ ରେ ଶିକ୍ଷାକେନ୍ଦ୍ର ପରିସରରେ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି | ଉକ୍ତ ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ର ଉପବାଚସ୍ପତି ତଥା ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଧାୟକ ରଜନୀକାନ୍ତ ସିଂହ ଯୋଗଦାନ କରି ଭଗବାନ ଙ୍କ ନିକଟରେ ପ୍ରଦ୍ୱୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭ ଉଦଘାଟନ କରିଥିଲେ ଏବଂ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ତିଳୋତ୍ତମା ସାହୁ ଯୋଗଦାନ କରିଥିଲେ | ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁମୁଦ ବିହାରୀ ସିଂହ ଯୋଗଦେଇ ଏକାଗ୍ରତା ର ସହ ଅଧୟନ କରିଲେ ସଫଳତା ହାସଲ କରିପାରିବ ବୋଲି ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ନିଜର ଅଭିଭାଷଣ ରଖିଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ସୁଷୁମା ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ | ଉତ୍ସବ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅତିଥି ବୃନ୍ଦ ଉପଭୋଗ କରିବା ସହିତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରିଥିଲେ | ଆୟୋଜିତ ହୋଇଥିବା ଉକ୍ତ ବାର୍ଷିକ ଉତ୍ସବ ରେ ଭବାନୀ ଶଙ୍କର ମିଶ୍ର ମଞ୍ଚ ସଂଯୋଜନା କରିଥିଲେ ଏବଂ ଶିକ୍ଷାକେନ୍ଦ୍ର ର ସମସ୍ତ ଗୁରୁଜୀ,ଗୁରୁମା ଉପସ୍ଥିତ ରହି ଉତ୍ସବ ର ପରିଚାଳନା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ଉତ୍ସବ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସୁରେନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations