ପୁରା ଖବର ବିଷୟରେ




Feb 29 2020 9:23PM
ଅନୁଗୋଳ ଜିଲ୍ଲା ବଡକେରଜାଙ୍ଗ ଗ୍ରାମର କୃଷ୍ଣ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରତାପ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ହୋଇଥିବା ଏହି ରାଷ୍ଟ୍ରୀୟ ବିଜ୍ଞାନ ଦିବସ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପତ୍ରବାଚନ,ବିଜ୍ଞାନ ସଙ୍ଗୀତ,ପ୍ରକଳ୍ପ ପ୍ରଦର୍ଶନ, ଅଭିନୟ ଇତ୍ୟାଦି ବିଷୟରେ ପ୍ରତିଯୋଗିତା କରାଯାଇଥିଲା | ବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଛନ୍ତି | ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ଅବିନାଶ ପ୍ରଧାନ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ବିଷୟରେ ଶିଶୁମାନଙ୍କୁ ଧାରଣା ଦେଇଥିଲେ | କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations