ପୁରା ଖବର ବିଷୟରେ




Feb 29 2020 10:41PM
ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏନ୍ ଗୁଞ୍ଜବଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି | ଏହି ଶିବିର ଫେବ୍ରୁଆରି କୋଡିଏ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହି ଶିବିର ରେ ପଚାଶ ଜଣ ଛାତ୍ରୀ ତାଲିମ ନେଇ ଥିଲେ | ଛାତ୍ରୀ ମାନଙ୍କୁ ସୁରକ୍ଷା ନିମନ୍ତେ ବିଭିନ୍ନ କୌଶଳ ପ୍ରଦାନ କରାଯାଇଛି | ଉକ୍ତ ଶିବିର ରେ ଲିପିକା ଭୋଇ ଓ ନନ୍ଦିତା ରାଣୀ ବେହେରା ଯୋଗଦାନ କରି ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations