ପୁରା ଖବର ବିଷୟରେ




Mar 6 2020 10:21PM
ପ୍ରବାଦ ପୁରୁଷ ମହାନ ଜନନାୟକ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୪ ତମ ଜୟନ୍ତୀ ଉପଲକ୍ଷେ ଦେବଗଡ ଜିଲ୍ଲା ବିଜୁ ଜନତା ଦଳ ର ରାଜ୍ୟ ପରିଷଦ ସଦସ୍ୟ ସୁଜିତ ପ୍ରଧାନ ଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଧାନପାଟ ସ୍ଥିତ ଶିଶୁ ଉଦ୍ୟାନ ଠାରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ବହୁ ଦଳୀୟ ନେତା ଓ କର୍ମୀ ଏକତ୍ରୀତ ହୋଇ ପ୍ରବାଦ ପୁରୁଷ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରିବା ସହିତ ବିଜୁ ବାବୁ ଙ୍କ ସ୍ମୃତି ଚାରଣ କରିଥିଲେ | ଜିଲ୍ଲା ଗଠନରେ ବିଜୁ ବାବୁ ଙ୍କ ଭୂମିକା ଓ ଦେବଗଡ ଜିଲ୍ଲା ବାସୀ ଙ୍କ ପ୍ରତି ବିଜୁ ବାବୁ ଙ୍କ ସ୍ନେହ ଓ ଶ୍ରଦ୍ଧା କୁ ଜିଲ୍ଲାବାସୀ ଚିରକାଳ ପାଇଁ ମନେ ରଖିବେ ବୋଲି ଉପସ୍ଥିତ ବହୁ ନେତୃଗଣ ମତ ବ୍ୟକ୍ତ କରିଥିଲେ | ଉକ୍ତ ଜୟନ୍ତୀ ଅବସରରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବହୁ ବରିଷ୍ଠ କର୍ମୀ ଓ ନେତା ମାନେ ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଚିକିତ୍ସାଳୟ ରେ ଚିକିସ୍ଚିତ ହେଉଥିବା ସମସ୍ତ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଫଳ,ବିସ୍କୃଟ ଓ ଗ୍ଲୁକୋଜ ପ୍ୟାକେଟ ଆଦି ପ୍ରଦାନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟା ନିଶାନୀ ବେହେରା ,ନଗର ସଭାପତି ଶୁକଦେବ ଭଞ୍ଜ,ଦଳୀୟ ନିର୍ବାଚନ ଅଧିକାରୀ କାମାକ୍ଷା ପ୍ରସାଦ ଗଙ୍ଗଦେବ,ବାରକୋଟ ବ୍ଲକ ସଭାପତି ହୀରାଧର ସାହୁ,ପୂର୍ବତନ ପୈାରାଧ୍ୟକ୍ଷା ଅନୀତା ପାତ୍ର ,ପୂର୍ବପାରିଷଦ ଅହିଂଶା ନାୟକ, ମାନସ ପ୍ରଧାନ,ପ୍ରଦୀପ ଅମାତଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations