ପୁରା ଖବର ବିଷୟରେ




Mar 10 2020 7:40PM
ଟେନସା ରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ର ମାଲିକ ନବୀନ ଜିନ୍ଦଲ ଙ୍କ ୫୦ତମ ଜନ୍ମଦିନ ସୋମବାର ଦିନ ଜିନ୍ଦଲ କଲୋନୀ ପରିସରରେ ପାଲନ କରାଯାଇଛି | ଜିନ୍ଦଲ ଖଣି ର ଉପସଭାପତି ପ୍ରମୋଦ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ କଲୋନୀ ରେ ଥିବା ବାବା ନିଳକଣ୍ଠେଶ୍ୱର ମନ୍ଦିର ରେ ନବୀନ ଜୀ ଙ୍କ ଜନ୍ମଦିନ ପାଇଁ ସକାଳୁ ପୂଜା ପାଠ କରାଯାଇ ଟି ଆର ବି ଖଣିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ ମିଶି ନବୀନ ଜୀ ଙ୍କ ୫୦ ତମ ଜନ୍ମଦିନକୁ ପାଳନ କରିଛନ୍ତି | ନବୀନ ଜୀ ଙ୍କ ଜନ୍ମଦିନରେ ଖଣିରେ କାର୍ଯ୍ୟରତ ଚାରି ଶହରୁ ଉର୍ଦ୍ଧ କର୍ମଚାରୀ ଏବଂ ସେମାନଙ୍କ ପରିବାର ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ | ଜିନ୍ଦଲ କଲୋନି କ୍ଳବ ର ମହିଳା ମାନେ ନବୀନ ଜୀଙ୍କୁ ଜନ୍ମଦିନ ରେ ଶୁଭେଚ୍ଛା ଜଣାଇ ତାଙ୍କର ଚଲାପଥ କୁସୁମିତ ହେଉ ଏବଂ ଉନ୍ନତି ପଥରେ ଆଗେଇ ଚାଲନ୍ତୁ ବୋଲି ପରିପ୍ରକାଶ କରିବା ସହିତ କେକ୍ କାଟି ଜନ୍ମଦିନ କୁ ପାଳନ କରିଥିଲେ | ଆୟୋଜିତ ହୋଇଥିବା ଏହି ଜନ୍ମଦିନ କାର୍ଯ୍ୟକ୍ରମ ରେ ଟେନସା ସରପଞ୍ଚ ଅନୀତା ପୃତ୍ତି,ସମାଜସେବୀ ବରଦା ପ୍ରଶାଦ ମହାନ୍ତି,ରବିନାରାୟଣ ମିଶ୍ରଙ୍କ ସମେତ ଟେନସା ଅଞ୍ଚଳ ର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations