ପୁରା ଖବର ବିଷୟରେ




Mar 15 2020 2:14AM
ଢେଙ୍କାନାଳ ଜିଲ୍ଲା ମହିସାପାଟ ଅଞ୍ଚଳ ସ୍ଥିତ ରେଙ୍ଗାଲି କଲୋନୀରୁ ସ୍କୁଟି ଭିତରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି | ରେଙ୍ଗାଲି ଦକ୍ଷିଣ କେନାଲର କର୍ମଚାରୀ ସୁରେଶ ସାହୁଙ୍କ ସ୍କୁଟିରୁ ଏହି ସାପଟି ଉଦ୍ଧାର ହୋଇଛି | ସକାଳେ ସ୍କୁଟିରେ ସାପକୁ ଦେଖି ସ୍ନେକ ହେଲ୍ପଲାଇନ୍‌କୁ ସୁରେଶ ଜଣାଇବା ପରେ ସ୍ନେକ ହେଲ୍ପଲାଇନ କର୍ମଚାରୀ ପାପୁନ ଦାସ ପହଞ୍ଚି ଗାଡ଼ିର ବିଭିନ୍ନ ପାର୍ଟ ଖୋଲି ନାଗ ସାପ ଟିକୁ ଉଦ୍ଧାର କରିଥିଲେ | ସାପ ଟିର ଲମ୍ବ ୬ ଫୁଟ ହେବ | ଉଦ୍ଧାର କରାଯାଇଥିବା ସାପକୁ ମେଘା ଜଙ୍ଗଲରେ ଛଡ଼ାଯାଇଛି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations