ପୁରା ଖବର ବିଷୟରେ


Mar 13 2020 10:43PM
ଅପରାହ୍ନ ୨ଟାରୁ ଡଲଫିନ୍ ନାମକ ଏହି ବୋଟ୍ ପାରାଦ୍ୱୀପ ସମୁଦ୍ରରେ ଫସିଥିବା ବେଳେ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ ଉଦ୍ଧାର | ସାଧାରଣ ବୋଟ୍ ଓ ନୋଳିଆ ଡଙ୍ଗା ସାହାଯ୍ୟରେ ବୋଟ୍ କୁ ଚାଲିଥିବା ଉଦ୍ଧାର କାର୍ଯ୍ୟର ପ୍ରୟାସ ବିଫଳ ହୋଇଛି | ୧୦ ମତ୍ସ୍ୟଜୀବୀ ଏବେ ବିପଦରେ | ଗତ ୫ ତାରିଖରେ ଡଲଫିନ୍ ନାମକ ଏହି ବୋଟ୍ ଟି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ବେଳେ ଆଜି ମହାନଦୀ ମୁହାଣ ଦେଇ ମାଛଧରା ବେସ୍ କୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା | ଗତ କିଛିଦିନ ତଳେ ପାରାଦ୍ବୀପ ବନ୍ଦର ପକ୍ଷରୁ ଏହି ମୁହାଣ କୁ ଖୋଳା ଯାଇଥିବା ଘୋଷଣା କରିଥିଲେ ବନ୍ଦର ଅଧ୍ୟକ୍ଷ | ମାତ୍ର ଏହାର କିଛିଦିନ ପରେ ଗତ ୪ ତାରିଖରେ ବାସୁଦେବ-୨ ନାମକ ବୋଟ ବାଲିରେ ଫସିବା ସହିତ ୭ ଜଣ ମତ୍ସଜିବୀ ସମୁଦ୍ରରେ ଫସିଥିଲେ ଏବଂ ଆଜି ପୁଣିଥରେ ୧୦ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ଫସିଛନ୍ତି | ରିପୋର୍ଟ ଲେଖା ଥିବା ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ | ପ୍ରଶାସନିକ ସହାୟତା ତୁରନ୍ତ ଯୋଗାଇ ଦେବାକୁ ବୋଟ୍ ମାଲିକ ମାନେ ନିବେଦନ କରିଛନ୍ତି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations