ପୁରା ଖବର ବିଷୟରେ


Mar 29 2020 2:11PM
ମନ୍ଦିରରେ ପୂଜା କରୁଥିବା ଦୁଇଜଣ ପୂଜକ କାଠ ଚୁଲ୍ଲାରେ ମାଂସ ରୋଷେଇ କରୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ମିଳିଥିବା ସୂଚନା ଅନୁସାରେ ଭିଡିଓଟି ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର | ତାଳଚେର ଅଞ୍ଚଳରେ ଥିବା ବାବା ପଶ୍ଚିମେଶ୍ବର ଙ୍କ ମନ୍ଦିରର ଦୁଇ ଜଣ ପୂଜକ ମନ୍ଦିର ବେଢାରେ ଥିବା ରୋଷେଇଶାଳରେ କୁକୁଡା ମାଂସ ନେଇ ରୋଷେଇ କରୁଥିଲେ | ଯାହାକି କିଛି ଯୁବକଙ୍କ ନଜରକୁ ଆସିଥିଲା | ଯୁବକ ମାନେ ପୂଜକଙ୍କୁ ଏହା କରିବାରୁ ବାରଣ କରିଥିଲେ ମଧ୍ୟ ପୂଜକ ଦୁଇଜଣ ଶୁଣି ନଥିଲେ | ପୂଜକ ମାନେ ମାଂସ ରୋଷେଇ କରୁଥିବାର ଭିଡିଓ କୁ ଯୁବକ ମାନେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ | ଘଟଣା କୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ପୂଜକ ଦୁଇଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations