ପୁରା ଖବର ବିଷୟରେ


Mar 31 2020 1:47PM
ଘଟଣା ରୁ ପ୍ରକାଶ ଯେ ଗତ ୨୮ ତାରିଖରେ ଅନୁଗୋଳ ଜିଲ୍ଲାର ତାଳଚେରରେ ଥିବା ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରୁଥିଲେ | କେତେକ ଯୁବକ ଏହା ଦେଖିବା ପରେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ,ଭକ୍ତ,ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ପୋଲିସ ଅଭିଯୋଗ ପାଇବା ପରେ ଘଟଣା ର ତଦନ୍ତ କରି ତିନି ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ବଡ଼ଦାଣ୍ଡସାହିର ମଙ୍ଗୁଳୁ ମହାପାତ୍ର,ସନ୍ତୋଷ ମହାପାତ୍ର ଓ ଲେଙ୍କ ମହାପାତ୍ର |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations