ପୁରା ଖବର ବିଷୟରେ


Apr 5 2020 6:45AM
ସାଇକେଲ କିଣିବା ପାଇଁ ରଖିଥିବା ସଞ୍ଚିତ ଅର୍ଥକୁ କରୋନା ପାଇଁ ଦାନ କଲେ ଦୁଇ ଭଉଣୀ | ପାରାଦ୍ବୀପ ସ୍ଥିତ ଡିଏଭି ସ୍କୁଲରେ ୬ଷ୍ଠ ଓ ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ଦୁଇ ଭଉଣୀ ପଦ୍ମିନୀ ପ୍ରିୟଦର୍ଶିନୀ ଓ ନନ୍ଦିନୀ ପ୍ରିୟଦର୍ଶିନୀ ବିଭିନ୍ନ ଗଣମାଧ୍ୟମ ରୁ କରୋନା ସମ୍ପର୍କୀତ ତଥ୍ୟ ପାଇଥିଲେ | ଫଳରେ ଦୁଇ ଭଉଣୀ ନୂଆ ସାଇକେଲ କିଣିବା ପାଇଁ ରଖିଥିବା ୩,୭୩୩ ଟଙ୍କା କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ କୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ | ପାରାଦ୍ବୀପ ପୌରପରିଷଦ ରେ ବାପା କୀର୍ତ୍ତି ରଞ୍ଜନ ଦାସ ଙ୍କ ସହିତ ଦୁଇ ଭଉଣୀ ପହଞ୍ଚି ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ନିର୍ବାହୀ ଅଧିକାରୀ ଦିଲିପ ମହାନ୍ତି ଙ୍କୁ ଉକ୍ତ ଅର୍ଥ କୁ ଦାନ କରିଛନ୍ତି | ଦୁଇ ଭଉଣୀଙ୍କ ବିଚାରଧାରା ଓ ସହଯୋଗ ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି | ଦୁଇ ଭଉଣୀ ଏହିଭଳି ଏକ କାର୍ଯ୍ୟ କରିଥିବାରୁ ତାଙ୍କ ପାଇଁ ଆମେ ଗର୍ବିତ ବୋଲି ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations