ପୁରା ଖବର ବିଷୟରେ


May 1 2020 10:35PM
ଅନୁଗୋଳ ଜିଲ୍ଲାର ନାଲକୋ କାମାଗାର ଭବନ ଠାରେ ବିଶ୍ୱ ଶ୍ରମିକ ଦିବସ କୁ ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ରେ ପାଳିତ ହୋଇଯାଇଛି | ପାଳିତ ହୋଇଥିବା ବିଶ୍ୱ ଶ୍ରମିକ ଦିବସରେ ସଂଗଠନ ର ଉପଦେଷ୍ଟା ବଳରାମ ବେହେରା ପତାକା ଉତ୍ତୋଳନ କରିଥିଲେ | ସଂଗଠନ ର ସାଧାରଣ ସମ୍ପାଦକ ନିର୍ମଳ କୁମାର ଶତପଥୀ ଉପସ୍ଥିତ ରହି ଶ୍ରମିକ ଦିବସର ତାତ୍ପର୍ଯ୍ୟ,ନାଲକୋ କାରଖାନା ର ବିକାଶ,ଶ୍ରମିକ ମାନଙ୍କ ର ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ସହିତ ମହାମାରୀ କରୋନା ସଂକ୍ରମଣ ଠାରୁ ଦୂରେଇବା ପାଇଁ ବିଶେଷ କରି ସାବୁନରେ ହାତ ଧୋଇବା,ମାସ୍କ ଲଗାଇବା,ପରସ୍ପର ମଧ୍ୟରେ ଦୂରତ୍ବ ରଖିବା ଏବଂ ସରକାର ଙ୍କ ନିୟମ କୁ ପାଳନ କଲେ କରୋନା ସଂକ୍ରମଣ ରୁ ରକ୍ଷା ପାଇ ପାରିବା ବୋଲି ପରାମର୍ଶ ଦେଇଥିଲେ | କାର୍ଯ୍ୟକ୍ରମ ରେ N.N.E.U ସଂଗଠନ ର କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ସାମଲ,ଉପ ସଭାପତି ଭରତ ଚନ୍ଦ୍ର ମାଝି,ନାଲକୋ ଶ୍ରମିକ ସଭାର ସଭାପତି ବାବୁଲି ସେଠୀ,ସାଧାରଣ ସମ୍ପାଦକ ଟିକନ ଚନ୍ଦ୍ର ଦାସଙ୍କ ସମେତ ବଳଭଦ୍ର ସାମଲ,ବିପିନି ବିହାରୀ ନାଥ,ଗୋପାଳ ଦାସ,ରବି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations