ପୁରା ଖବର ବିଷୟରେ


May 13 2020 8:35AM
ଅନୁଗୋଳ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ମୁଖ୍ୟ ମେଘନାଦ ମହାରଣା ଙ୍କ ନେତୃତ୍ୱରେ ଏବଂ ଦୀପକ ନାୟକ ଙ୍କ ସହାୟତା ରେ ଅନୁଗୋଳ ଜିଲ୍ଲା ନାଲକୋ ନଗର ଅଞ୍ଚଳ ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହିତ ମହାମାରୀ କରୋନା ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ତରଫରୁ ନାଲକୋ ଅଞ୍ଚଳ ର ନାଲକୋ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଉଦ୍ୟାନ,ମେଡିକାଲ ଏବଂ ଆବର୍ଜନା ପ୍ରକଳ୍ପ ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବ୍ରେଡ,ବିସ୍କୁଟ,ଥଣ୍ଡା ପାନୀୟ ସହିତ ମହାମାରୀ କରୋନା ରୁ ମୁକ୍ତି ପାଇବା ନିମନ୍ତେ ସାବୁନ ଏବଂ ମୁହଁରେ ଲଗାଇବା ନିମନ୍ତେ ମାସ୍କ ଆଦି ବଣ୍ଟନ କରାଯାଇଛି | ବଣ୍ଟନ ସମୟରେ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ୱ ଦିଆଯିବା ସହିତ ମାରାତ୍ମକ ଭୂତାଣୁ କରୋନା ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ସାବୁନ ରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା ଏବଂ ସରକାରଙ୍କ ନିୟମ ମାନି ଚଳିବାକୁ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା | ଉକ୍ତ ସେବା କାର୍ଯ୍ୟକ୍ରମ ରେ ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ସଦସ୍ୟ ବିଶ୍ୱ ରଞ୍ଜନ ବାରିକ,ସନ୍ତୋଷ ପ୍ରଧାନ,ବିଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations