ପୁରା ଖବର ବିଷୟରେ


Jul 1 2020 6:51PM
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ପଞ୍ଚାୟତର ଝଜିରୀବାହାଳ ହରିଜନ ସାହିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତେର ବଖରା ଘର ପୋଡିଯିବା ସହିତ ଚାରୋଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି | ଏହି ଦୁଃଖଦ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ମୁଖ୍ୟ ମେଘନାଦ ମହାରଣା ଙ୍କ ତତ୍ୱାବଧାନ ରେ ଅଗ୍ନି ବିପନ୍ନ ପରିବାର'ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି | ଏହି ମହତ ସେବା କାର୍ଯ୍ୟକ୍ରମ ରେ ଅନୁଗୋଳ ଜିଲ୍ଲା ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ସଦସ୍ୟ ବିଶ୍ୱରଞ୍ଜନ ବାରିକ,ସନ୍ତୋଷ ପ୍ରଧାନ,ଅନିରୁଦ୍ଧ ମିଶ୍ର,ଉପେନ୍ଦ୍ର ବେଜ,ଶିବ ଶଙ୍କର ଦାସ ଙ୍କ ସମେତ କନ୍ଦର୍ପ ସେବା ସଦନ ର ସଦସ୍ୟ ପ୍ରତାପ ବେହେରା ପ୍ରମୁଖ ଯୋଗଦାନ କରି ବିପନ୍ନ ଙ୍କ ପରିବ ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଶୁଖିଲା ଭୋଜନ ସାମଗ୍ରୀ ଯଥା ଚାଉଳ,ଚୁଡା,ଗୁଡ,ଡାଲି,ଲୁଣ,ବିସ୍କୁଟ ସହିତ ଲୁଗା,ଲୁଙ୍ଗି,ଗାମୁଛା ଆଦି ବଣ୍ଟନ କରିଥିଲେ |ବିପଦ ବେଳ ରେ ଅଗ୍ନି ବିପନ୍ନ ଙ୍କ ପରିବାର ପ୍ରତି ସାହାଯ୍ୟ ର ହାତ ବଢ଼ାଇ ଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ହେଲ୍ପିଙ୍ଗ ହ୍ୟାଣ୍ଡ ସମାଜସେବା ସଂଗଠନ ର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି |


Get ready for 24 hour news!

© 2019 A2Z khabar. All rights reserved |Developed by Sradha WebCreations